ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୋମବାର ଅପରାହ୍ନ ୪ଟାରେ ପ୍ରକାଶ ପାଇଛି ଅଫଲାଇନ୍ ଦଶମ ପରୀକ୍ଷା ଫଳ | ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୮୪୯୧ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରୁ ପୁଅ ୩୧୦୦ ଜଣ ପୁଅ ପାସ କରିଥିବା ବେଳେ ୨୧୩୩ ଝିଅ ପାସ୍ କରିଛନ୍ତି। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା। କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ୫୦୪ ସେଣ୍ଟରରେ ୧୫ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..