Report Card Odisha

| Daily Odia News

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି | ଗତ ଶନିବାର ମେ’ ୨୫ ତାରିଖ ଭୋଟ୍‌ ଦେବାକୁ ଯାଇଥିବା ବେଳେ ବୁଥ୍‌ରେ ଗଣ୍ଡଗୋଳ ତଥା ଇଭିଏମ୍‌ ଫିଙ୍ଗିଫୋପଡ଼ା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେବେ ଅସୁସ୍ଥ ଥିବାରୁ ଏବେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ଓ ସୁଗାର ସ୍ତର ବଢ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୨୯ ତାରିଖ ଭୋର ୪ଟା ବେଳେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା।

Breaking News