ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୈତିକ ଦଳଓ ନେତାମାନଙ୍କର ଭାଗ୍ୟ ଭବିଷ୍ୟତକୁ ନେଇ ଆକଳନ କରି ଆସୁଥିବା ନିର୍ବାଚନ ରଣନୀତିଜ୍ଞ ପୁଣି ଏକ ଚର୍ଚ୍ଚିତ ପୋଷ୍ଟ କରିଛନ୍ତି। ତାଙ୍କ ପୋଷ୍ଟରେ ପ୍ରଶାନ୍ତ କଂଗ୍ରେସକୁ କଟାକ୍ଷ କରିଛନ୍ତି। ନିକଟରେ କଂଗ୍ରେସ ପକ୍ଷରୁ ହୋଇଥିବା ଚିନ୍ତନ ଶିବିର ଏକ ବିଫଳ ଯୋଜନା ବୋଲି ସେ କହିଛନ୍ତି। ସେହିପରି ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ କଂଗ୍ରେସ ଦଳ ହାରିବା ନେଇ ସେ ପୂର୍ବାନୁମାନ କରିଛନ୍ତି। ଏ ସମ୍ପର୍କରେ ପ୍ରଶାନ୍ତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, କଂଗ୍ରେସର ଚିନ୍ତ ଶିବିର ଫଳାଫଳକୁ ନେଇ ମଥେ କମେଣ୍ଟ ଦେବାକୁ କୁହାଯାଥିଲା। ତାଙ୍କ ମତରେ ଏହି ଚିନ୍ତନ ଶିବିର ବିଫଳ ହେବ ବୋଲି ସେ କହିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଦଳର ଚିନ୍ତନ ଶିବିର ଏପରି ଏକ ସମୟରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ କଂଗ୍ରେସ ୧୩ ମାସ ମଧ୍ୟରେ ୧୦ଟି ରାଜ୍ୟରେ ଅନୁଷ୍ଠିତ ହୋଇଯାଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ହାରିଛି ଏବଂ ଏହାର ନିର୍ବାଚନୀ ସମ୍ଭାବନା ଅସ୍ପଷ୍ଟ ଏବଂ ନୈରାଶ୍ୟଜନକ ଦେଖାଯାଉଛି। ୨୦୧୪ରୁ ଅନେକ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ କଠିନ ନିଷ୍ପତ୍ତିର ପ୍ରତିଶ୍ରୁତି ଦେଇ କଂଗ୍ରେସ କିଛି ସଂସ୍କାରକୁ ଅନୁମୋଦନ କରିଥିଲା। କିନ୍ତୁ ଅସଲ ସମୟରେ ନେତୃତ୍ୱ ଦଳୀୟ ସଂଗଠନର ନବୀକରଣ ସମେତ ଅନେକ ବୃହତ ପ୍ରଶ୍ନରୁ ଦୂରେଇ ଯାଇଥିଲା । ସୂଚନା ଅନୁଯାୟୀ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ବହୁ କସରତ ହୋଇଥିଲା। ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କଂଗ୍ରେସ କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀ ବା ସ୍ୱତନ୍ତ୍ର ଟାସ୍କଫୋର୍ସର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଗୋଷ୍ଠୀ ୨୦୨୪ ପୂର୍ବରୁ କଂଗ୍ରେସ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜର ମୁକାବିଲା କରି ଥାଆନ୍ତା। ହେଲେ ଏହି ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ମନା କରି ଦେଇଛନ୍ତି। ଦଳକୁ ସଶକ୍ତ କରିବା ପାଇଁ ପ୍ରଶାନ୍ତ କିଶୋର ମୁକ୍ତ ଭାବେ କାମ କରିବାକୁ ଚାହୁଁଥିଲେ। ହେଲେ କଂଗ୍ରେସ ତାଙ୍କୁ ମୁକ୍ତ ଭାବେ କାମ କରିବାର ସୁଯୋଗ ନ ଦେବାରୁ ସେ ଦଳ ସାମିଲ ହେବେ ନାହିଁ ବୋଲି କହିଥିଲେ।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..