ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନଶନରେ ବସିଥିବା ବେଳେ ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଥିଲା।ମଧ୍ୟାହ୍ଣରେ ତାଙ୍କୁ ଜାମିନ୍ ମିଳିଛି । ଆଉ ଜେଲ୍ ଯିବେନି ପ୍ରଶାନ୍ତ କିଶୋର। ଆଜି ପ୍ରଶାନ୍ତଙ୍କୁ ସକାଳେ ପୋଲିସ ଗିରଫ କରିଥିବା ବେଳେ ଏବେ ତାଙ୍କୁ ପାଟନା ସିଭିଲ୍ କୋର୍ଟରୁ ଜାମିନ ମିଳିଛି। ବିହାର ବିପିଏସ୍ପି ପ୍ରିଲିମ ପରୀକ୍ଷା ରଦ୍ଦ ଦାବିରେ ଅନିଶ୍ଚିତକାଳ ପାଇଁ ପାଟନା ଗାନ୍ଧୀ ମୈଦାନରେ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ। ଆଜି ସକାଳୁ ପୋଲିସ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯିବା ସହ ଗାନ୍ଧୀ ମୈଦାନକୁ ଖାଲି କରାଯାଇଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..