ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଅଧିକାଂଶ କର୍ମଚାରୀ ଟିକା ନେଇଥିବାରୁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏହି ନିର୍ଦ୍ଦେଶ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। ଯଦି କୌଣସି କର୍ମଚାରୀ କିଛି ସମସ୍ୟା ଯୋଗୁ ଟିକା ନେଇନଥିବେ ତେବେ ଏନେଇ ସେମାନେ ମୁଖ୍ୟାଳୟକୁ ଜଣାଇବେ। ତାଙ୍କୁ ଛାଡ୍ ଦିଆଯିବା ନେଇ ବିଚାର କରାଯିବ। ତେବେ ଟିକା ନେଇନଥିବା ଏବଂ ଏହାର କାରଣ ମୁଖ୍ୟାଳୟକୁ ଜଣାଇନଥିବା କର୍ମଚାରୀଙ୍କ ଛୁଟିକୁ ଇଚ୍ଛାଧୀନ ଛୁଟି ଭାବେ ଧରାଯିବ। ସେପଟେ ପ୍ରତି ଶନିବାର ରାଜ୍ୟ ସରକାରଙ୍କ ଅଧୀନ ସବୁ ଅଫିସ୍ ବନ୍ଦ ରହିବ। ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି ରଖିଛନ୍ତି।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..