Report Card Odisha

| Daily Odia News

ରାଜ୍ୟରେ ଆଜି ବି ୨ ହଜାର ପରେ ରହିଛି କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୨୧୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪ ଜଣ ରହିଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଆ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୨୧୧୧ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୯, ବାଲେଶ୍ୱର ୧୬୧, ବରଗଡ ୧୫, ଭଦ୍ରକ ୭୬, ବଲାଙ୍ଗିରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଉଦରୁ ୬, କଟକ ୩୦୮, ଦେବଗଡ ୧, ଢେଙ୍କାନାଳ ୭୦, ଗଜପତି ୪, ଗଞ୍ଜାମ ୩, ଜଗତସିଂହପୁରରୁ ୮୬ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୧୭୫, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୧୩, କନ୍ଧମାଳ ୧୪, କେନ୍ଦ୍ରାପଡା ୫୫ ଓ କେନ୍ଦୁଝର ଜିଲାରୁ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୦, କୋରାପୁଟ ୨୮, ମାଲକାନାଗିରି ୨୫, ମୟୁରଭଞ୍ଜ ୯୨, ନବରଙ୍ଗପୁର ୧୬, ନୟାଗଡ ୭୫, ନୂଆପଡା ୨, ପୁରୀ ୯୪, ରାୟଗଡା ୨୨, ସମ୍ବଲପୁର ୨୪, ସୋନପୁର ୧୩, ସୁନ୍ଦରଗଡ ୫୪ ଏବଂ ଷ୍ଟେଟପୁଲରୁ ୯୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୯୨୫୫୨୬ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୨୧୫୪୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News