ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କୁ ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ସମାଲୋଚନା କରିଥିଲେ | ଦେବାଶିଷଙ୍କ ଏଭଳି ପ୍ରତିକ୍ରିୟାର ପାଲଟା ଜବାବ ଦେଇ ପ୍ରଭାତ କହିଛନ୍ତି ,‘ ମୋ’ ସଂପର୍କରେ କହିବାକୁ ତାଙ୍କୁ କିଏ ଅଧିକାର ଦେଲା | ଦେବାଶିଷ ବାବୁଙ୍କ କଥା ଅତ୍ୟନ୍ତ ହାସ୍ୟାସ୍ପଦ। ମୋ’ର ପୁଅ ଏବେ ବିଜେଡିର ବିଧାୟକ। ମୁଁ ବିଜୁ ବାବୁଙ୍କ ସମୟରୁ ଦଳ ପାଇଁ କାମ କରି ଆସିଛି। ଏଭଳି ସ୍ଥିତିରେ ମୋର କୌଣସି ଆଡକୁ ଢଳିବାର ନାହିଁ। ମେ’ ୨୯ ଘଟଣାକୁ ନେଇ ମୋତେ ଯୋଡ଼ିବା ଠିକ୍ ନୁହେଁ କି ମୁଁ ସେ ଘଟଣାର ମୁଖ୍ୟ ନାୟକ ନୁହେଁ। ସେହି ଘଟଣାର ଯେଉଁମାନେ ମୁଖ୍ୟ ନାୟକ, ସମୟ ଆସିଲେ ସେମାନଙ୍କ ସଂପର୍କରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଜଣାଇବି। ମୁଁ ଯଦି ସେହି ଘଟଣାର ମୁଖ୍ୟ ନାୟକ ହୋଇଥାନ୍ତି ତେବେ ଦଳ ମୋ’ ଉପରୁ ନିଲମ୍ବନ କାହିଁକି ଉଠାଇଲା, ମୋତେ ଆଉ ପରବର୍ତ୍ତୀ ସମୟରେ ମୋ’ ପୁଅଙ୍କୁ କେମିତି ଟିକେଟ ଦେଲା ବୋଲି ପ୍ରଭାତ ପ୍ରଶ୍ନ କରିଛନ୍ତି। ଏଥିସହିତ, ପାଣ୍ଡିଆନ ବାବୁ ଜଣେ ଦକ୍ଷ ଅଫିସର ବୋଲି ସବୁବେଳେ କହିଆସିଛି ବୋଲି ପ୍ରଭାତ ତାଙ୍କ ଜବାବରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗଲା ୨ ତାରିଖରେ ମହାନଦୀବିହାରର ଏକ ମଣ୍ଡପରେ ଚୌଦ୍ବାର-କଟକ ବିଜେଡି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ବିପର୍ଯ୍ୟୟ ପାଇଁ ପ୍ରଭାତ କଡ଼ା ଭାଷାରେ ବବି ଓ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଡିଜିପି ନିଯୁକ୍ତି ମାମଲା;ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି…..
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……