ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।ଚାଷୀଙ୍କୁ ଗୋପାଳନ ଦିଗରେ ପ୍ରୋତ୍ସାହନ ରାଶି ବୃଦ୍ଧି ସହ ଦେଶୀ ଗାଈ ରଖିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଦେଉଥିବା କହିଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଦୁଗ୍ଧ ଉତ୍ପାଦନ ୨ ହଜାର ଟନରୁ ୫ ହଜାର ଟନକୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାର ଚାଷୀଙ୍କୁ ସବସିଡି ମାଧ୍ୟମରେ ଦୁଇଟିରୁ ଅଧିକ ଗାଈ ଯୋଗାଇ ଦେବେ। ଏହାଦ୍ବାରା ମହିଳା ଏବଂ ଯୁବକମାନେ ଆତ୍ମନିର୍ଭର ଓ ସ୍ବାବଲମ୍ବୀ ହୋଇପାରିବେ। ଗାଈ ଅଧିକ ଦୁଗ୍ଧ ଦେବା ପାଇଁ ଘାସ ଚାଷ ବା ଫିଡର୍ ଉପରେ ଗୁରୁତ୍ବ ଦିଆଯାଉଛି। ଏଥିସହ ଗ୍ରାମାଞ୍ଚଳରେ ଓମଫେଡ ପାର୍ଲର ଖୋଲିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ପ୍ଲାଷ୍ଟିକ ଅଣ୍ଡା ଏବଂ ଅପମିଶ୍ରିତ ଦୁଗ୍ଧ ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗ୍ରାମାଞ୍ଚଳରେ ଲୋକମାନେ ସହଜରେ ସୁବିଧା ପାଇବା ପାଇଁ ପଞ୍ଚାୟତସ୍ତରରେ ଥିବା ଏଲଆଇ ଏବଂ ବ୍ଲକ ସ୍ତରରେ ଥିବା ପ୍ରାଣୀ ଚିକିତ୍ସକ, ଜିଲ୍ଲାସ୍ତରରେ ଥିବା ସିଡିବିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଣ୍ଡା, ମାଛ ଉତ୍ପାଦନ ଦୁଇ ଗୁଣ କରିବାକୁ ମଧ୍ୟ ଯୋଜନା ହୋଇଛି। ଆଜି ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଅଚାନକ ଗସ୍ତ କରି ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..