ରିପୋର୍ଟ କାର୍ଡ / ଭୁବନେଶ୍ୱର
୭୬ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି | ଆଗାମୀ ଦିନରେ ଅର୍ଥନୈତିକ ସଂସ୍କାର ସମର୍ଥିତ ବିକାଶ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି। ଅଭିଭାଷଣରେ ରାଷ୍ଟ୍ରପତି ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷର ସମୟକୁ ଦେଶ ପାଇଁ ଆତ୍ମ ସମୀକ୍ଷାର ସମୟ ବୋଲି କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ଏବଂ ବାବାସାହେବ ଆମ୍ବେଦକରଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନର୍ଜୀବିତ କରିଥିଲେ। ସେ କହିଚାହଁନ୍ତି, ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରା ଭଳି ମୂଲ୍ୟବୋଧ ସବୁବେଳେ ଆମ ସଭ୍ୟତା ଓ ସଂସ୍କୃତିର ଅଭିନ୍ନ ଅଂଶ ହୋଇ ରହିଛି। ଏହି ଅବସରରେ ରାଷ୍ଟ୍ରପତି ମଧ୍ୟ ଆମର ସମ୍ବିଧାନ ସଭାର ଗଠନରେ ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଲାନି, ହଂସାବେନ ମେହେଟ୍ଟା ଓ ମାଳତୀ ଚୌଧୁରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ରାଷ୍ଟ୍ରପତି ଦେଶର କୃଷକ ଭାଇ ଭଉଣୀଙ୍କ କଠିନ ପରିଶ୍ରମ, ଉତ୍ପାଦନ କ୍ଷେତ୍ରରେ ପରିବର୍ତ୍ତନ ଆଦି ବିଷୟରେ କହିବା ସହ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ଅଧିକ ରହିଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ସାହସିକ ଏବଂ ଦୂରଦର୍ଶୀ ଅର୍ଥନୈତିକ ସଂସ୍କାରକୁ ପ୍ରଶଂସା କରି ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଲାଭ ସମସ୍ତଙ୍କୁ ମିଳିପାରୁଛି ବୋଲି କହିଛନ୍ତି।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..