Report Card Odisha

| Daily Odia News

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଗଜପତି ମହାରାଜ ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ରହିଥିଲେ। ସକାଳ ପ୍ରାୟ ୯ଟାରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଆଜି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଶ୍ରୀ ମନ୍ଦିର ଗର୍ଭଗୃହରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରି ମା କମଳା, ମା ବିମଳାଙ୍କ ସହିତ ମା ଲକ୍ଷ୍ମୀ ଯାଇ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଦର୍ଶନ କରିଥିଲେ | ରାଷ୍ଟ୍ରପତିଙ୍କ ମନ୍ଦିର ପରିକ୍ରମା ସମୟରେ ସୁରକ୍ଷାକୁ କଡାକଡି କରାଯାଇଥିଲା | ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ପ୍ରାୟ ୧୦ଟା ୪୫ରେ ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିବେ। ସେଠାରେ ପ୍ରାୟ ଅଧଘଂଟା ଧରି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର କଳାକୃତି ଦେଖିବେ । ଏହାପରେ ସାଢେ ୧୧ଟାରୁ ୧୨ ଟା ଯାଏଁ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟାରୁ ୪ଟା ଯାଏଁ ଓଟିଡିସିର ଯାତ୍ରୀ ନିବାସରେ ବିଶ୍ରାମ ନେବା ପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ବିମାନରେ ପ୍ରାୟ ୭ଟା ୧୫ରେ ରାଷ୍ଟ୍ରପତି ଦିଲ୍ଲୀରେ ପହଁଚିବା କାର୍ଯ୍ୟକ୍ରମ ରହିଛି ।

Breaking News