Report Card Odisha

| Daily Odia News

XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ, ଶିକ୍ଷାନୁଷ୍ଠାନକୁ ସିଲ୍ କଲା ବିଏମସି…..‌‌

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଭୁବନେଶ୍ୱରର ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍‌ କରିଛି। ପ୍ରଥମେ କଟକ ଏବେ ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ । ଏହିପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରର XIMB ରୁ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଉକ୍ତ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ- ରାଜ୍ୟରେ ଗତ କିଛି ଦିନ ହେଲା ରାଜ୍ୟରେ ୧୦୦ ଉପରେ ରହୁଛି । କଟକର ୨ ଘରୋଇ ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଉକ୍ତ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ତୁରନ୍ତ ପଦକ୍ଷେପ ନେଇ ସିଏମ୍‌ସି ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କର ଟେଷ୍ଟ କରାଯାଇଛି । ଆଜି ଭୁବନେଶ୍ୱର ଜାଭିୟର ଇନ୍‌ଷ୍ଟୁଚ୍ୟୁଟ୍‌ରୁ ଅଫ୍ ମ୍ୟାନ୍‌ଜମେଣ୍ଟରୁ ୨୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ତୁରନ୍ତ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଇଛି । କ୍ୟାମ୍ପସ ଭିତରେ ଥିବା ସମସ୍ତ ସଂସ୍ଥାକୁ ବନ୍ଦ କରାଯିବା ସହ ସମସ୍ତ କର୍ମଚାରୀଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 

 

Breaking News