ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତମାଣ୍ଡୋରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଶବାଟିଆସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍ ହାଉସ କମ୍ପେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଭିଭାଷଣ ମଧ୍ୟ ଦେଇଛନ୍ତି। ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ପରିବର୍ତ୍ତନ ହେଉଛି,ଏକମାତ୍ର ଅପରିବର୍ତ୍ତନୀୟ ପ୍ରକିୟା। ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି। ପରିବର୍ତ୍ତନ ହିଁ ସତ୍ୟ। ସ୍ରୋତ ପରି ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନଶୀଳ। ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ। ବ୍ରହ୍ମାକୁମାରୀ ସଂସ୍ଥାର ବିଚାର-ବ୍ୟକ୍ତି ବଦଳିଲେ ସମାଜ ବଦଳିବ। ମାନସିକ ଶାନ୍ତି ନଥିଲେ,ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ। ମାନସିକ ଶାନ୍ତି ପାଇଲେ ହିଁ ଆମେ ଶାନ୍ତି ପାଇ ପାରିବା। ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକର ଶିକାର ହେଉଛୁ। ମାନସିକ ଯଶ,କ୍ଷମତା ପଛରେ ଦଉଡି ଦଉଡି ମଣିଷ ଆଜି କ୍ଲାନ୍ତ ବୋଲି ରାଷ୍ଟ୍ରପତି ନିଜ ବକ୍ତବ୍ୟରେ କହିଛନ୍ତି।






More Stories
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..
ବଢିଲା ଧାନ ସଂଗ୍ରହ ଅବଧି…..