ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ପୋଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ୩ ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ସବୁ ସ୍ଥାନ ମାନଙ୍କରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ଆସନ୍ତାକାଲି ଫୁଲ ଡ୍ରେସ୍ ରିହରର୍ସାଲ କରାଯାଇଛି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୋଲିସ ପକ୍ଷରୁ ସୁରକ୍ଷାକୁ ନେଇ ପ୍ରସ୍ତୁତି ବୈଠକ କରାଯାଇଛି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଠାକୁର ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି। ପୁରୀ ଗସ୍ତ ବେଳେ ମୁତୟନ ହେବେ ୨୪ ପ୍ଲାଟୁନ ପୋଲିସ। ଦାୟିତ୍ୱରେ ରହିବେ SP ରାଙ୍କର ୫ ଓ ASP ରାଙ୍କର ୭ ଅଧିକାରୀଙ୍କ ସମେତ ୧୮ DSP, ୩୦ ଇନ୍ସପେକ୍ଟର, ୧୧୦ ଜଣ SI/ASI । ଏହାବାଦ୍ ୩୦୦ ହୋମଗାର୍ଡଙ୍କୁ ମଧ୍ୟ ସୁରକ୍ଷାରେ ମୁତାୟନ କରାଯାଇଛି ।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..