ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚି ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ | ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ସେଠାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି । ୨୨ ତାରିଖରେ ଇଣ୍ଡିଆ ଅଏଲ ଫାଉଣ୍ଡେସନ୍ ଟ୍ରଷ୍ଟର କୋଣାର୍କଠାରେ ଥିବା ଇଣ୍ଟରପ୍ରିଟେସନ୍ ସେଣ୍ଟରକୁ ପରିଦର୍ଶନ କରିବେ। ସେହିଦିନ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..