ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଂରାଜୀ ନବବର୍ଷ ଅବସରରେ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ଏକତା ଆଣିଦେଉ ବୋଲି ସୋଶାଲ ମିଡିଆ ଜରିଆରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଉଜ୍ଜ୍ୱ ଳ ଓ ସମୃଦ୍ଧିଶୀଳ ଦେଶ ନିର୍ମାଣ ସଂକଳ୍ପକୁ ପୁର୍ନଜୀବିତ କରିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି । ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋଶାଲ ମିଡିଆ ଜରିଆରେ ବୈଜୟନ୍ତ ଓଡ଼ିଶାବାସୀଙ୍କ ପାଇଁ ବର୍ଷ ୨୦୨୫ ଖୁସି, ସମୃଦ୍ଧି ଓ ସଫଳତାରେ ଭରି ଯାଉ ବୋଲି କାମନା କରିଛନ୍ତି ।ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୨୪ର ଅସାଧାରଣ ସଫଳତା ଓ ମୂଲ୍ୟବାନ ମୁହୂର୍ତ୍ତଗୁଡ଼ିକୁ ଆଧାର କରି ଏକ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସବୁଠି ମିଳି ମିଶି କାର୍ଯ୍ୟ କରିବା ଆବଶ୍ୟକ। ଏହି ବର୍ଷ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ସଫଳତା ଆଣୁ ବୋଲି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ଜୀବନରେ ସୁଯୋଗ, ସଫଳତା ସହ ଅସୁମାରୀ ସୁଖ ଆଣିଦେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କ ସମୃଦ୍ଧି ସହ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।






More Stories
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..