ରିପୋର୍ଟ କାର୍ଡ / ପୁରୀ
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତ ସାରି ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଧର୍ମପତ୍ନୀନଙ୍କ ସହ ରାଷ୍ଟ୍ରପତି ଏବଂ ପରିବାର ବର୍ଗ କୋଣାର୍କରେ ୧୦ଟା ୪୫ମିନିଟ୍ ରେ ପହଞ୍ଚିଥିଲେ | ଏହା ପରେ ବ୍ୟାଟେରୀ ଚାଳିତ ଗାଡିରେ ୩୦ ମିନିଟ୍ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ । ଓଡ଼ିଆ ସଂସ୍କୃତି, ପରମ୍ପରା ସହ ବାର ଶହ ବଢେଇଙ୍କ ନିଖୁଣ କାରୁକାର୍ଯ୍ୟ ଦେଖିବା ପରେ ସେଠାରୁ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ।
ସେଠାରେ ପ୍ରାୟ ୪୦ ମିନିଟ୍ ରହି କୋଣାର୍କର ଐତିହାସିକ ଗାଥା ଚଳଚିତ୍ର ମାଧ୍ୟମରେ ଆଡିଟୋରିୟମ ରୁମରେ ଦେଖିଥିଲେ | ପରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ କନ୍ୟାଙ୍କ ସହ ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ପ୍ରାୟ ୨୫ପ୍ରକାରରୁ ଅଧିକ ଓଡ଼ିଆ ଘରର ସ୍ବାଦିଷ୍ଟ ଭୋଜନ କରିଛନ୍ତି । ଏହି ଭୋଜନ ମଧ୍ୟରେ ନିମାପଡା ଝିଲି, ନାଗପୁର ପୋଡ଼, ପାହାଳ ରସଗୋଲା, ଡେରାଡୁନ ଚାଉଳର ଅନ୍ନ, ଡାଲି, କଖାରୁ ଫୁଲ ପିଠା, ରାମଚଣ୍ଡୀ ମୁହାଣର ଖଇଙ୍ଗା ମାଛ ତରକାରୀ, ମଟନ, ବେସର ଓ ମାଛ ପୋଡା ରହିଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୫୦ ଜଣ ପୋଲିସ ଅଫିସର, ଡଗ୍ସ ସ୍କ୍ବାଡ୍, ବୋମା ନିଷ୍କ୍ରିୟ ଦଳ ନିୟୋଜିତ ରହିଛନ୍ତି । କୋଣାର୍କକୁ ସଂଯୋଗ ରାସ୍ତାଗୁଡିକୁ ମଧ୍ୟ ସିଲ୍ କରାଯାଇଛି । ଶେଷରେ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଫଟୋ ଉଠାଇ ଥିଲେ । ଅପରାହ୍ନ ୪ଟା ୧୫ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ବର ଫେରିଛନ୍ତି । ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
More Stories
କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ…..
୬୨୧ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…..
ଜେଲ୍ ୱାର୍ଡରଙ୍କ ମୃତଦେହ ଉଦ୍ଧାର…..