ରିପୋର୍ଟକାର୍ଡ / ଭୁବନେଶ୍ୱର
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ |ଏଥି ସହ ସୁରକ୍ଷା ଦାୟିତ୍ଵରେ ୪ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି ସମେତ ୩୩ଜଣ ଇନ୍ସପେକ୍ଟର ଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି। ଏହାସହ ଭୁବନେଶ୍ୱର ବିମାନ ବନ୍ଦରରୁ ଲୋକ ଭଵନ ଏବଂ ଲୋକ ଭଵନ ରୁ ମେ ଫେୟାର ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଯାତୟାତ ପଥ ରହିବ।ଏହି ରାଷ୍ଟ୍ରପତିଙ୍କ ଯାତୟାତ ପଥରେ ରହିଥିବା ଉଚ୍ଚ ଅଟାଳିକା ଗୁଡିକରେ ଜଗିବେ ବନ୍ଧୁକଧାରୀ ପୁଲିସ |ଏହାସହ ସହରର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୁଲିସ ଫୋର୍ସ ମୁତୟନ ରହିବା ସୂଚନା ରହିଛି |






More Stories
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..