Report Card Odisha

| Daily Odia News

ପୂର୍ବ ସରକାର ସ୍ବପ୍ନ ବିକୁଥିଲେ, ଆମ ସରକାର ସ୍ବପ୍ନ ପୂରଣ କରୁଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବ ସରକାର ଲୋକଙ୍କୁ ସ୍ବପ୍ନ ବିକ୍ରି କରୁଥିଲେ। କିନ୍ତୁ ଆମ ସରକାର ଲୋକଙ୍କ ସ୍ବପ୍ନକୁ ପୂରଣ କରୁଛନ୍ତି। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ୨୦୧୩ରେ ବିଶ୍ବର ୫ଟି ଦୁର୍ବଳ ଅର୍ଥନୀତି ମଧ୍ୟରେ ଭାରତ ଗଣା ହେଉଛନ୍ତି। କିନ୍ତୁ ଗତ ୯ ବର୍ଷ ଧ୍ୟରେ ଭାରତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ଏଥିସହିତ ୨୦୦୪ରୁ ୨୦୧୪ ଅବଧିର ଶାସନ ସଂପର୍କରେ ଉଲ୍ଲେଖ କରି ସଂପୂର୍ଣ୍ଣ ଅବଧିକୁ ଉପା ନଷ୍ଟ କରିଦେଇଛି ବୋଲି ସେ ଅଭି‌ଯୋଗ କରିଛନ୍ତି। ୨୦୨୨ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି କେବଳ ୩ ପ୍ରତିଶତ ରହିଥିଲା। ୨୦୨୩ରେ ଏହା ୨.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଦର୍ଶାଇଛି। ଆମେରିକା, ବ୍ରିଟେନ ଏବଂ ୟୁରୋ ଜୋନ୍‌ ଭଳି ବିକଶିତ ଦେଶ ଓ ଅଞ୍ଚଳଗୁଡ଼ିକ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଚୀନ ଭଳି ବଡ଼ ଅର୍ଥନୀତି ମଧ୍ୟ ଗ୍ରାହକ ଚାହିଦା ମଜୁରିରେ ସ୍ଥିରତା ଭଳି ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଭଳି ପୃଷ୍ଠଭୂମିରେ ଭାରତୀୟ ଅର୍ଥନୀତିକୁ ଦେଖିଲେ ଜଣା‌ପଡ଼େ ୨୦୧୩ରେ ଭାରତୀୟ ଅର୍ଥନୀତିକୁ ମର୍ଗାନ ଷ୍ଟାନଲି ଦୁର୍ବଳ ଅର୍ଥନୀତି ଭାବେ ଦର୍ଶାଇଥିଲା। ସେହି ମର୍ଗାନ ଷ୍ଟାନଲି ଭାରତର ସ୍ଥିତିରେ ଉନ୍ନତି ଆଣିଛି। ଇନ୍ଦିରା ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ସରକାର ଗରିବୀ ହଟାଓ ସ୍ଳୋଗାନ ସଂପର୍କରେ ଦର୍ଶାଇ ଗରିବୀ ପ୍ରକୃତରେ ହଟାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଆମ ଶାସନ ବ୍ୟବସ୍ଥାରେ ରୂପାନ୍ତରଣ ହୋଇଛି। ମିଲେଗା ବା ତୁମେ ପାଇବ ଶବ୍ଦ ବଦଳିଯାଇଛି। ଲୋକମାନେ ଏହାକୁ ମିଲ୍ ଗୟା ( ଆମେ ପାଇଯାଇଛୁ) ବୋଲି କହୁଛନ୍ତି। ଆମେ ସମସ୍ତଙ୍କୁ ସଶକ୍ତ କରିବାରେ ବିଶ୍ବାସ କରୁ କାହାକୁ ତୁଷ୍ଟୀକରଣରେ ନୁହେଁ ‌ବୋଲି ଅର୍ଥମନ୍ତ୍ରୀ ନିର୍ମଳା

Breaking News