ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭିଜିଲାନ୍ସ ଜାଲରେ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ଼ କରିଛି । ଭୁବନେଶ୍ଵର, ସମ୍ବଲପୁର ଏବଂ ବ୍ରହ୍ମପୁର ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଉଛି। ନୟାପଲ୍ଲୀ ବେହେରା ସାହିରେ ଥିବା ଦୁଇଟି ଫ୍ଲାଟ୍ , ଏସପ୍ଲାନେଟରେ ଥିବା ମଲ୍, ଭୁବନେଶ୍ଵର ବଳଭଦ୍ରପୁର ସ୍ଥିତ ପ୍ରେଷ୍ଟିଜ୍ ଆପର୍ଟମେଣ୍ଟରେ ଥିବା ଏକ ଫ୍ଲାଟ୍ , ସମ୍ବଲପୁର ବରେଇପାଲିସ୍ଥିତ ତାଙ୍କ ଭଡା ଘର , ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ବଲପୁର ସ୍ଥିତ ଅଫିସରେ ଏକକାଳୀନ ଚଢାଉ କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..