Report Card Odisha

| Daily Odia News

ଭୁଲ୍ ସର୍ଜରୀ ବିଗାଡ଼ି ଦେଇଥିଲା ପ୍ରିୟଙ୍କାଙ୍କ ଚେହେରା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ଜୀବନର ଅକେ ସିକ୍ରେଟ ଉପରୁ ପରଦା ଉଠାଉଛନ୍ତି । କ୍ୟାରିୟର ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସବୁ ପ୍ରସଙ୍ଗରେ ପ୍ରିୟଙ୍କା ଖୁଲମଖୁଲା କହିବାକୁ ଟିକେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ । ନିକଟରେ ପ୍ରିୟଙ୍କା ଲିଖିତ ପୁସ୍ତକ ‘ଅନଫିନସ୍‌ଡ’, ଏ ମେମୋର’ ରିଲିଜ ହୋଇଛି । ଏହି ବହିରେ ନିଜ ଜୀବନ ସହ ଜଡ଼ିତ ଅନେକ ସିକ୍ରେଟ ବର୍ଣ୍ଣନା କରିଛନ୍ତି । ଏମିତି ଏକ ସିକ୍ରେଟ ତାଙ୍କ ସର୍ଜରୀ ସହ ଜଡ଼ିତ । କାରଣ ସର୍ଜରୀ ପରେ ପ୍ରିୟଙ୍କାଙ୍କ ଚେହେରା ଖରାପ ହୋଇଯାଇଥିଲା । ପରିଣାମ ଏପରି ହୋଇଥିଲା ଯେ ତାଙ୍କ ନିକଟରୁ ଫିଲ୍ମ ଅଫର ମଧ୍ୟ ହାତଛଡ଼ା ହୋଇଥିଲା । ଏପରିକି ମିସ ଇଣ୍ଡିଆ ହେବା ପରେ ତାଙ୍କୁ ୪ଟି ଫିଲ୍ମ ମିଳିଥିଲା । କିନ୍ତୁ ସେତେବେଳେ ଏକ ସର୍ଜରୀ କାରଣରୁ ତାଙ୍କ ଚେହେରା ଖରାପ ହୋଇଯାଇଥିଲା । ଯେଉଁଥି ପାଇଁ ସେ ପାଇଥିବା ୪ଟି ଚଳଚ୍ଚିତ୍ର ମଧ୍ୟରୁ ୨ଟିରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

Breaking News