Report Card Odisha

| Daily Odia News

ଜୋତା ଚୋରି କଲେ ଅଭିନେତ୍ରୀ ଅଦିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଦ୍ମାବତ ଫେମ୍ ଅଦିତି ରାଓ ହେଦରୀ ଶେଷରେ ଚୋରି କଲେ ଜୋତା । ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜୋତା ଚୋରି କରିଥିବା େଇ ଧରାପଡ଼ିଛନ୍ତି । ତାଙ୍କର ଏହି ଫଟୋ ଏବେ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସୂଚନାନୁସାରେ ସୋମବାର ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବିବାହ ହୋଇଥିଲା । ତାଙ୍କର ଏହି ବିବାହ ଉତ୍ସବରେ ବହୁ କଳାକାର ଯୋଗ ଦେଇଥିଲେ । ଏହି ଅତିଥିଙ୍କ ମଧ୍ୟରେ ମୁଖ୍ୟଅତିଥି ଥିଲେ ଅଭିନେତ୍ରୀ ଅଦିତି ରାଓ ହେଦରୀ । ସେ ଦିଆଙ୍କ ବାହାଘରେ ତାଙ୍କ ଭଉଣୀ ସାଚି ବୈଭବ ତଥା ଭିଣେଇଙ୍କ ଜୋତା ଚୋରି କରିଥିଲେ । ଏହି ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଆଦିତି ଗୋଲାପୀ ରଙ୍ଗର ସାଢ଼ୀ ପିନ୍ଧିବା ସହ ହାତରେ ଜୋତା ଧରିଥିବା ଦେଖିବାକୁ ମିଳିଛି ।

Breaking News