ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ସିଂଙ୍କ ଦୁଇ ସହଯୋଗୀଙ୍କୁ ପଚରାଉଚରା ପାଇଁ ଇଡି ସମନ କରିଛି । ଏହି ଦୁଇ ଜଣ ହେଲେ ସର୍ବେଶ ମିଶ୍ରା ଓ ବିବେକ ତ୍ୟାଗୀ । ଇଡି ତରଫରୁ ଉଭୟଙ୍କ ଘର ଉପରେ ରେଡ କରାଯାଇଥିବା ବେଳେ ପଚରାଉଚରା ପାଇଁ ସେମାନଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ଉଭୟ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଉଭୟଙ୍କୁ ଏକୁଟିଆ ଜେରା କରାଯିବା ସହ ସଞ୍ଜୟ ସିଂଙ୍କ ସହ ମୁହାଁମୁହିଁ ଜେରା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସଞ୍ଜୟ ସିଂଙ୍କ ଆନ୍ଦୋଳନ ସମୟରେ ସର୍ବେଶ ସିଂ ଜଣେ ସହଯୋଗୀ ଭାବେ କାମ କରୁଥିଲେ। ଏପରିକି ସେ ଆପ୍ର ପ୍ରବକ୍ତା ଭାବେ ବି କାମ କରୁଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….