Report Card Odisha

| Daily Odia News

ଓଡ଼ିଶାରେ ଲାଗୁହେବ ପେସା ଆଇନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୀର୍ଘ ୨୮ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶାରେ ପେସା ଆଇନ ଲାଗୁ ହେବା ପାଇଁ ବାଟ ଫିଟିଛି। ଗୁରୁବାର ଏ ନେଇ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ପରବର୍ତ୍ତୀ କ୍ୟାବିନେଟ ବୈଠକରେ ପେସା ଆଇନ ଲାଗୁ କରିବା ପାଇଁ ପ୍ରସ୍ତାବ ଅଣାଯିବ। ଆଦିବାସୀ ଜିଲାର ଜନସାଧାରଣଙ୍କ ସମେତ ବିଭିନ୍ନ ଆଦିବାସୀ ସମାଜର ନେତୃବୃନ୍ଦ, ବେସରକାରୀ ଅନୁଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ୪୧ଟି ବିଭାଗର ମତାମତ ନିଆଯାଇଛି। ସେହିପରି ପେସା ଆଇନ ଲାଗୁ କରିଥିବା ବିଭିନ୍ନ ରାଜ୍ୟର ସରକାରଙ୍କ ସହିତ ଆଲୋଚନା କରାଯାଇଛି। ଏସବୁ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜନଜାତି ଉପଦେଷ୍ଟା କମିଟି (ଟିଏସି)ର ସଦସ୍ୟଙ୍କୁ ଚିଠା ପ୍ରସ୍ତାବ ଦିଆଯାଇଛି। ପ୍ରାରମ୍ଭିକ ପ୍ରକ୍ରିୟା ଶେଷ ହୋଇଥିବାରୁ ଆଗାମୀ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବ ଆଣିବାକୁ ଯାଉଛୁ ବୋଲି ମନ୍ତ୍ରୀ କହିଛନ୍ତି। ପେସା ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀଙ୍କ ହାତକୁ କ୍ଷମତା ଆସିବ। ଖଣି ଖାଦାନ ଭରା ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗ୍ରାମସଭାର ନିଷ୍ପତ୍ତି ଚୂଡ଼ାନ୍ତ ହେବ। ୨୨ଟି ବିଷୟରେ ପଞ୍ଚାୟତକୁ କ୍ଷମତା ଦେବା ପାଇଁ ପେସା ଆଇନରେ ବ୍ୟବସ୍ଥା ରହିଛି। ଓଡ଼ିଶାରେ ୧୪ଟି ଅନୁସୂଚିତ ଜନଜାତି ଜିଲ୍ଲାରେ ଏହି ଆଇନ ଲାଗୁ ହେବ। ସରକାର ନିଜ ଇଚ୍ଛାରେ ଖଣି ଖାଦାନ ଓ ଆଦିବାସୀଙ୍କ ଜମି ହସ୍ତାନ୍ତର କରିପାରିବେ ନାହିଁ। ଗ୍ରାମସଭା ଚାହିଁଲେ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ଓ ସରକାରୀ ଅନୁମତି ମିଳିବ।

Breaking News