Report Card Odisha

| Daily Odia News

କିଟ୍‌ ସାମ୍ନାରେ ବିକ୍ଷୋଭକାରୀ-ପୋଲିସ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁଣି କିଟ୍‌ ସାମ୍ନାରେ ବିକ୍ଷୋଭକାରୀ ଓ ପୋଲିସ ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଛି । କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବିକ୍ଷୋଭବେଳେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସୂଚନାଯୋଗ୍ୟ,ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଏକ ଟିମ ଗଠନ କରି କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛି। ଏହି ଟିମ ବିଶ୍ୱବିଦ୍ୟାୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ଏବଂ ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏନଏଚଆରସି ତଦନ୍ତ ସମୟରେ କିଟ ବିଶ୍ୱବିଦ୍ୟାଳୟ କୁଳସଚିବ ସହାୟତା ପ୍ରଦାନ କରିବାକୁ ଏନଏଚଆରସିି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Breaking News