ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ବର୍ଡରରେ ଆନ୍ଦୋଳନ କରୁଥିବା ଜଣେ ୫୫ ବର୍ଷୀୟ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୩ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିଛି। ଶମ୍ଭୁ ସୀମାନ୍ତରେ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରେ ୫୫ ବର୍ଷୀୟ ରେଶମ ସିଂହ ମଧ୍ୟ ରହିଥିଲେ। ହେଲେ ସେ ହଠାତ୍ ଆଜି ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ପଟିଆଲାରେ ଥିବା ରାଜିନ୍ଦର ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏମଏସ୍ପିର ଆଇନଗତ ମାନ୍ୟତା ଦାବିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ ହେଁ କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି। କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ରେଶମ ସିଂହ ଆତ୍ମହତ୍ୟା କରିଥିବା ଅନ୍ୟ ଚାଷୀମାନେ କହିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୮ରେ ରଣଯୋଧ ସିଂହ ନାମକ ଜଣେ ଚାଷୀ ଶମ୍ଭୁ ସୀମାରେ ଆତ୍ମହତ୍ୟା କରିଥିଲେ। ଚାଷୀ ନେତା ଜଗଜିତ ସିଂହ ନଭେମ୍ବର ୨୬ରୁ ଆମରଣ ଅନଶନ କରୁଥିବାରୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିଯୋଗୁ ରଣଯୋଧ ମାନସିକ ଚାପରେ ରହିଥିଲେ। ତେଣୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..