ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। କ୍ୟାବିନେଟରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ – ଗୋପନୀୟତାର ଶପଥ ପାଠ ନେଇଛନ୍ତି। ପୂର୍ବ କ୍ୟାବିନେଟ୍ରେ ମନ୍ତ୍ରୀ ରହିଥିବା କିଛି ନେତାଙ୍କୁ ଚନ୍ନୀ କ୍ୟାବିନେଟ୍ରେ ସାମିଲ୍ କରାଯାଇଛି। କିଛି ନୂଆ ଚେହେରାଙ୍କୁ ଚନ୍ନୀଙ୍କ କ୍ୟାବିନେଟରେ ସୁଯୋଗ ମିଳିଛି। ମହିଳା ବିଧାୟକ ଅରୁଣା ଚୌଧୁରୀ ଓ ରଜିଆ ସୁଲତାନଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନଓ୍ଵାରୀ ଲାଲ ପୁରୋହିତ ୧୫ ନୂତନ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ସମସ୍ତ ୧୫ ମନ୍ତ୍ରୀ କ୍ୟାବିନେଟ୍ ସ୍ତରର। ନୂତନ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ଆଜି ହୋଇପାରେ। ଶପଥ ସମାରୋହ ପରେ ପାର୍ଟି ରାଜ୍ୟ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ଯେଉଁ ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି ସେମାନଙ୍କ ବିଷୟରେ ପାର୍ଟି କିଛି ଚିନ୍ତା କରି ରଖିଛି। ଏହି ନେତାଙ୍କୁ ପାର୍ଟି ସଂଗଠନରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯିବ। ନୂତନ ମନ୍ତ୍ରିମଣ୍ଡଳରେ ସବୁ ଦୃଷ୍ଟିରୁ ସନ୍ତୁଳିତ କରାଯାଇଛି ଏବଂ ସବୁ ବର୍ଗକୁ ପ୍ରତିନିଧିତ୍ଵ ଦିଆଯାଇଛି। ହେଲେ ମନ୍ତ୍ରିମଣ୍ଡଳରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଘନିଷ୍ଠ ୫ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି। ୧୫ ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ନୂତନ ଚେହେରା ସାମିଲ୍ କରାଯାଇଛି।






More Stories
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..
ଏପ୍ରିଲରୁ ଜନଗଣନା…..
ବିଡିଓଙ୍କୁ ଦୁର୍ବ୍ୟବହାର:ତଦନ୍ତ ନିର୍ଦ୍ଦେଶ…..