ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୟସର ଅପରାହ୍ନରେ ବି ସର୍ବଦା ଚଳଚ ଳ ରହୁଥିବା ଓଡିଶା ବନ ଉନ୍ନୟନ ନିଗମର ପୂର୍ବତନ ଅଧିକାରୀ, ନୀଳାଦ୍ରିବିହାର ସ୍ଥିତ ଶ୍ରୀ ଈଶାନେଶ୍ୱର ମନ୍ଦିର କମିଟିର ସଭାପତି ସ୍ବର୍ଗତ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ମଧ୍ୟରେ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଆନୁକୁଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଈଶାନେଶ୍ୱର ମନ୍ଦିର କମିଟି, ନୀଳାଦ୍ରିବିହାର ଆବାସିକ ସଂଘ ଓ ଯୁବ ସାଂସ୍କୃତିକ ସଂଘର ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣ, ବନ୍ଧୁ ପରିଜନ ସାମାଜିକ ଦୂରତା ଅବଲମ୍ବନ କରି ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏହି ଅବସରରେ ତାଙ୍କର ଅମ୍ଳାନ ଆତ୍ମାର ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ବ୍ୟକ୍ତିବିଶେଷ ତାଙ୍କ ସ୍ମୃତି ଚାରଣ କରିବା ସହ ସ୍ୱର୍ଗତଃ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି ଗଠନ ଅ ଳର ଏକ ପ୍ରମୁଖ ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ସହ ପରିସ୍ଥିତିକୁ ଦେଖି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ଉପରେ ଗୁରତ୍ୱାରୋପ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସ୍ୱର୍ଗତଃ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଫୁସ୍ଫୁସ୍ ଜନିତ ସଂକ୍ରମଣ ଯୋଗୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲ କ ର୍ୃପକ୍ଷ ତଥା ଡାକ୍ତରି ଟିମ୍ର ସମସ୍ତ ପ୍ରଚେଷ୍ଟା ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି, ଡିଏଭି ସ୍କୁଲର ବରିଷ୍ଠ ଶିକ୍ଷକ, ସମାଜସେବୀ ତଥା ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଜ୍ୟୋଷ୍ଠ ପୁତ୍ର ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏହି ଅବସରରେ ସମ୍ ହସ୍ପିଟାଲର କ ର୍ୃପକ୍ଷ, ଡାକ୍ତରିଟିମ୍ଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଂଘର ସଭ୍ୟ ବଟକୃଷ୍ଣ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ଗଦାଧର ରଥ, ବିଷ୍ଣୁ ଦାଶ, ଅର୍ଜୁନ ଦେହୁରୀ, ନିରଞ୍ଜନ ସାହୁ, କୁମର ବାରିକ, ଛବି ବାରିକ, ଗୋବିନ୍ଦ ବିଶା୍ୱଳ, ପ୍ରଦୀପ୍ତ ନନ୍ଦ, ରମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।
Discussion about this post