Report Card Odisha

| Daily Odia News

ପ୍ରେମିକାଙ୍କ ଘର ଫ୍ୟାନ୍‌ରେ ଝୁଲୁଛି ପ୍ରେମିକର ମୃତଦେହ……

an Indian or Asian person laying dead with outstretched hand during COVID-19 or corona virus outbreak

ରିପୋର୍ଟ କାର୍ଡ / ପୁରୀ

ପ୍ରେମିକା ଘର ଫ୍ୟାନରେ ଝୁଲୁଛି ପ୍ରେମିକର ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହୁପଡ଼ରେ। ମୃତ ଯୁବକ ଜଣଙ୍କ ହେଲେ ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୂର୍ଯ୍ୟକାନ୍ତଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂର୍ଯ୍ୟକାନ୍ତଙ୍କର ପଡ଼ୋଶୀ ଘର ଝିଅ ସହ ପ୍ରେମ ସମ୍ପର୍କ ଥିଲା। ଆଜି ସକାଳେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ପ୍ରେମିକାଙ୍କ ଘର ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ପୋଲିସ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୁଅକୁ ହତ୍ୟା କରି ଝୁଲାଇ ଦେଇଥିବା ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମିକାର ଘର ବାହାରେ ସୂର୍ଯ୍ୟକାନ୍ତଙ୍କ ମଟକ ସାଇକେଲ ପଡ଼ିଛ। ଫରେନସିକ୍‌ ଟିମ୍‌ ପହଞ୍ଚିଲେ ମୃତଦେହ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ପ୍ରେମ ସଂପର୍କକୁ ନେଇ ଏଭଳି ଘଟଣା ଘଟିଥାଇପାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

 

Breaking News