Report Card Odisha

| Daily Odia News

ରଥଟଣା ବେଳେ ଡାକ୍ତରଙ୍କୁ ପିଟିଲେ ପୋଲିସ….

ରିପୋର୍ଟ କାର୍ଡ / ପୁରୀ

ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସି ଡାକ୍ତରଖାନା ଛକରେ ପହଞ୍ଚିଥିଲା। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଡ.ଶାନ୍ତନୁ ପାଢ଼ୀ ରଥ ଟାଣିବା ପାଇଁ ଦଉଡ଼ି ନିକଟକୁ ଯାଇଥିଲେ। ତେବେ ସୁରକ୍ଷା ଦାୟିତ୍ବରେ ଥିବା ୧୦ଜଣ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଡାକ୍ତର ଜଣକ ନିଜ ପରିଚୟ ଦେବା ସହ ପରିଚୟପତ୍ର ଦେଖାଇଥିଲେ। କିନ୍ତୁ ପୋଲିସ କର୍ମଚାରୀମାନେ ତାଙ୍କୁ ବଳପୂର୍ବକ ଅଟକାଇ ପ୍ରବଳ ମାଡ଼ ମାରିଥିଲେ। ଏହାକୁ ନେଇ ଡାକ୍ତର ଜଣକ ଅପମାନବୋଧ କରିବା ସହ ରଥଯାତ୍ରା ସ୍ବତନ୍ତ୍ର ଦାୟିତ୍ବରେ ଥିବା ଡାକ୍ତର ପ୍ରଣବ ଶଙ୍କର ଦାଶଙ୍କ ସମେତ ଅନ୍ୟ ଅଧୀକାରୀଙ୍କୁ ଅବଗତ କରିଥିଲେ। ପରମୁହୂର୍ତ୍ତରେ ଡାକ୍ତର ଜଣକ ତାଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଦର୍ପଦଳନ ରଥ ନିକଟକୁ ପୁନଶ୍ଚ ଯାଇଥିଲେ। ଏହି ସମୟରେ ଦର୍ପଦଳନର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ଅମରେଶ ପଣ୍ଡା ତାଙ୍କୁ କର୍ଡ଼ନ ଦଉଡ଼ି ଭିତରକୁ ଟାଣି ନେଇ ଆକ୍ରମଣ କରିଥିଲେ। ପୋଲିସ କର୍ମଚାରୀଙ୍କ କବଳରୁ ଡାକ୍ତର ଜଣକ କୌଣସି ପ୍ରକାରେ ଖସି ଆସି ଅନ୍ୟ ଡାକ୍ତରଙ୍କୁ ସୂଚନା ଦେବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ଡାକ୍ତର ଜଣକ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି।

Breaking News