ରିପୋର୍ଟ କାର୍ଡ / ପୁରୀ
ପୁରୀ ଜିଲ୍ଲାର ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏହା ମଧ୍ୟରେ ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍। ଆଜି ଏହି ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବ। ଗତକାଲି ପୁରୀ ସର୍କିଟ ହାଉସ୍ ଠାରେ ବସିଥିବା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ପ୍ରାଣୀ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଟିମ୍ ସଦସ୍ୟ। ବୈଠକ ପରେ ଟିମ୍ ସଦସ୍ୟ କହିଛନ୍ତି, ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଟିମ୍ ସଦସ୍ୟ । ୧୦ କିଲୋମିଟର ବ୍ୟବଧାନ ମଧ୍ୟରେ କୁକୁଡ଼ା ରପ୍ତାନୀ ଓ ଆମଦାନୀ ଉପରେ କଟକଣା ଜାରି ହୋଇଛି। ଏଥିସହ ଲୋକଙ୍କୁ ଏ ସମ୍ପର୍କରେ ସଚେତନ ବି କରାଯାଉଛି। ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ, ଜିଲ୍ଲା ପ୍ରଶାସନର ଅଧିକାରୀ, ପୁଲିସ ଅଧିକାରୀ, ମେଡିକାଲ୍ ଟିମ ସଦସ୍ୟ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏଥିସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି। ଏନେଇ କେନ୍ଦ୍ରୀୟ ଟିମ୍ ସଦସ୍ୟ ରାମସିସ୍ ହାଜିରା କହିଛନ୍ତି, କୁକୁଡ଼ା ଫାର୍ମମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବାର୍ଡ ଫ୍ଲୁ ଚିହ୍ନଟ ସ୍ଥାନର ୧୦ କିମି ପରିଧୀ ମଧ୍ୟକୁ ବାହାରୁ କୌଣସି ପକ୍ଷୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏପରି କରିବା ଦ୍ୱାରା କିଛି ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଚାଲି ଆସିବ । ଏନେଇ ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଟିମ୍ ସଦସ୍ୟ ଅଭିଜିତ ମିତ୍ର କହିଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ। ସତର୍କତା ଅବଲମ୍ବନ କଲେ ଆମେ ଏହି ସମସ୍ୟାକୁ ମୁକୁଳି ପାରିବା।






More Stories
ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ…..
ବାପାର ଜୀବନ ନେଲା ପୁଅ…..
ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା:ପ୍ରଭାବିତ ହେବ ଏ ସବୁ ଅଞ୍ଚଳ…..