Report Card Odisha

| Daily Odia News

ମନ୍ତ୍ରୀ କହିଲେ ପେଟ୍ରୋଲ-ଡିଜେଲ ଟିକସରୁ ମିଳୁଛି କୋଭିଡ୍‌ ଟିକା, ଖାଦ୍ୟ ଓ ରନ୍ଧନ ଗ୍ୟାସ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରି ସାରିଲାଣି ପେଟ୍ରୋଲ୍‌ ଓ ଡିଜେଲ୍‌ | ପ୍ରତେକ ଦିନ ବଢି ଚାଲିଛି ତୈଳଦର | ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ | ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ଅର୍ଥକୁ କେନ୍ଦ୍ର ସରକାର କେଉଁ ଆଡେ ଖର୍ଚ୍ଚ କରୁଛନ୍ତି ଆଜି ତାର ଅଜବ ମନ୍ତବ୍ୟ ଦେଇଛନ୍ତି ନିଜେ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ | ଇନ୍ଧନ ଦରକୁ ସମର୍ଥନ କରି କହିଛନ୍ତି ଯେ, ଏଥିରୁ ମିଳୁଥିବା ଟିକସ ଅର୍ଥ ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ମାଗଣା କୋଭିଡ୍‌ ଟିକା, ଖାଦ୍ୟ ଓ ରନ୍ଧନ ଗ୍ୟାସ୍‌ ଯୋଗାଇବା ନିମନ୍ତେ ସରକାରୀ ଯୋଜନାକୁ ସହାୟକ ହେଉଛି। ଇନ୍ଧନ ଉପରେ ଲାଗୁ ହେଉଥିବା ଟିକସ ହାର ହ୍ରସ ପାଇଁ ବିରୋଧୀ ଦଳମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାରୁ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଟିକସର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି ଯେ, ଅସୁମାରି ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ଦେବାକୁ ପଡୁଛି। ପୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ତର୍ଜାତିକ ବଜାରର ତୈଳ ଦର ଉପରେ ଦେଶର ତୈଳ ଦର ଧାର୍ଯ୍ୟ କରାଯାଇଥାଏ। ତୈଳ ଦର ବୃଦ୍ଧି ପାଇବାର ବିଭିନ୍ନ କାରଣ ରହିଛି। ମୋର ମନେହୁଏ ଭାରତରେ ଏହାକୁ ଗୋଟାଏ ସରଳ ରାଜନୈତିକ ଘଟଣା ଭଳି ଧରିନିଆଯାଉଛି। ସେମାନେ କହୁଛନ୍ତି, ଦର ବଢ଼ିଛି, ତୁମେ ତୁମର ଟିକସ କମାଇ ଦେଉନ କାହିଁକି? ଯେଉଁ କାରଣରୁ ଯେତେ ଥର ଦର ବୃଦ୍ଧି ଘଟିଲେ ବି ଆମେ କ୍ଷତି ସହୁ ବୋଲି ଆପଣମାନେ କହୁଛନ୍ତି । ପୁରୀଙ୍କ କହିବା ଅନୁସାରେ, ମହାମାରୀ ସମୟରେ ଦେଶରେ ୧ କୋଟି ଡୋଜ୍‌ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି। ବର୍ଷେ ପର୍ଯ୍ୟନ୍ତ ଦୈନିକ ୩ ବେଳା କରି ୯୦ କୋଟି ଜନତାଙ୍କୁ ଭୋଜନ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନା ପ୍ରବର୍ତ୍ତନ କରାଯାଇ ୮ କୋଟି ଦରିଦ୍ର ଜନତାଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯାଉଛି। ଲିଟର୍‌ପିଛା ଇନ୍ଧନରୁ ପ୍ରାପ୍ତ ୧୨ ଟଙ୍କା ଟିକସରେ କେତେ ନା କେତେ ଜନକଲ୍ୟାଣ ଯୋଜନା ହୋଇ ପାରୁଛି।

 

Breaking News