Report Card Odisha

| Daily Odia News

ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ନୀତି ଚୂଡ଼ାନ୍ତ….

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ନୀତି ଚୂଡ଼ାନ୍ତ ଓ ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଠିକ୍‌ ସମୟରେ କିପରି ବାଳଭୋଗ ଓ ମହାପ୍ରସାଦ ବାହାରିବ, ତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ପଞ୍ଚୁକରେ ମହାପ୍ରଭୁଙ୍କ ବେଶ୍ ଦର୍ଶନ ସମୟରେ ଭିଡ ନିୟନ୍ତ୍ରଣ ଉପରେ ହୋଇଛି ନିଷ୍ପତ୍ତି। ସେହି ସମୟରେ କୌଣସି ସ୍ଥାନରେ ଶ୍ରଦ୍ଧାଳୁ ଯେପରି ଠିଆ ହୋଇ ରହିବେ ନାହିଁ ତା’ ଉପରେ ରହିବ ନଜର। ସେହିପରି ଆସନ୍ତା ୨୮ ତାରିଖରେ ହେବାକୁ ଥିବା ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସେଦିନ ଭୋର ୪.୩୦ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ ହୋଇ ଅପରାହ୍ନ ୨ଟା ରେ ଗ୍ରହଣ ମହାସ୍ନାନ ସରିବ। ଅପରାହ୍ନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୪ ଟାରେ ଦ୍ୱାର ଫିଟା ନୀତି ଚାଲିବ। ସେହି ସମୟରେ ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାଳୀନତା ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Breaking News