ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍ରେ ପ୍ରବେଶ କରିବା ପାଇଁ ଆଦେଶ ଦେବାର ଅଳ୍ପ ସମୟ ଆଗରୁ ମୋ ଉପରକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଧମକ ଦେଇଥିଲେ | ଏକଥା ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦାବି କରିଛନ୍ତି। ‘ବିବିସି’ ଡକ୍ୟୁମେଣ୍ଟାରିରେ ବୋରିସ୍ ଜନ୍ସନ୍ କହିଛନ୍ତି ଯେ, ଫେବ୍ରୁଆରି ୨୪ ଆକ୍ରମଣ ଆଗରୁ ଫୋନ୍ ମାଧ୍ୟମରେ ମୋତେ ଧମକ ଦିଆଯାଇଥିଲା। ସୂଚନାଯୋଗ୍ୟ, ୟୁକ୍ରେନ୍ ପ୍ରତି ସମର୍ଥନ ଜଣାଇବା ସହିତ ରୁଷୀୟ ଆକ୍ରମଣ ସ୍ଥଗିତ ରଖାଇବାକୁ ଜନ୍ସନ୍ ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ନେତୃବୃନ୍ଦ ତୁରନ୍ତ କିବ୍କୁ ଯାଇଥିଲେ। ଜନ୍ସନ୍ କହିଛନ୍ତି, ଥରେ ପୁଟିନ୍ ମତେ ପ୍ରକାରାନ୍ତରେ ଧମକ ଦେଇ କହିଲେ, ବୋରିସ୍, ମୁଁ ତୁମକୁ ଆଘାତ ଦେବାକୁ ଚାହେଁନାହିଁ। କିନ୍ତୁ, କ୍ଷେପଣାସ୍ତ୍ର ପକାଇଲେ ମୁହୂର୍ତ୍ତକରେ ସବୁକିଛି ଶେଷ ହୋଇଯିବ।ଜନ୍ସନ୍ ଥିଲେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କର ଜଣେ ଦୃଢ଼ ସମର୍ଥକ। ଆକ୍ରମଣ ପୂର୍ବରୁ ସେ ପୁଟିନ୍ଙ୍କୁ କହିଥିଲେ ଯେ, ୟୁକ୍ରେନ୍ ଏତେ ଶୀଘ୍ର ‘ନାଟୋ’ରେ ଯୋଗ ଦେଉନାହିଁ। କିନ୍ତୁ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଅର୍ଥ ରୁଷ୍ ସୀମାରେ ‘ନାଟୋ’ଙ୍କ ସଂଖ୍ୟା କମ୍ ନୁହେଁ, ଅଧିକ ହେବ। ଏକଥା ଶୁଣି ପୁଟିନ୍ କହିଲେ, ବୋରିସ୍, ତୁମେ କହୁଛ ୟୁକ୍ରେନ୍ ଏବେ ‘ନାଟୋ’ରେ ଯୋଗ ଦେଉନାହିଁ। ‘ଏବେ ଯୋଗ ଦେଉନାହିଁ’ ଅର୍ଥ କ’ଣ? ମୁଁ କହିଲି, ନିକଟ ଭବିଷ୍ୟତରେ ୟୁକ୍ରେନ୍ ‘ନାଟୋ’ରେ ଯୋଗ ଦେବନାହିଁ। ସେକଥା ବି ଆପଣ ଠିକ୍ଭାବେ ଜାଣନ୍ତି। କ୍ଷେପଣାସ୍ତ୍ର ଧମକ ବିଷୟରେ କହିବାକୁ ଯାଇ ଜନ୍ସନ୍ କହିଛନ୍ତି, ମୋର ମନେହୁଏ, ବୁଝାମଣା କରାଇବାକୁ ସେ ମୋତେ କ୍ଷେପଣାସ୍ତ୍ର ଧମକ ଦେଇଥିଲେ।






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..