Report Card Odisha

| Daily Odia News

ପ୍ରଶ୍ନପତ୍ର ଲିକ୍ ମାମଲା; ମାଷ୍ଟର ମାଇଣ୍ଡ ସମେତ ୭ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୭ ଗିରଫ ହୋଇଛନ୍ତି । ବିହାରରୁ ମାଷ୍ଟର ମାଇଣ୍ଡ ସମେତ ୭ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏହି ଘଟଣାରେ ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ କିଛି ଦିନ ତଳେ ପ୍ରଶ୍ନପତ୍ର ନେଇ ଡିଲ୍‌ ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ସେଠାରୁ କିଛି ଡକ୍ୟୁମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ କରି ପୋଲିସ ଜାଣିବାକୁ ପାଇଥିଲା, ଜଣଙ୍କ ପିଛା ୮ରୁ ୧୦ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଛି । ଏହି ଚଢ଼ାଉ ସମୟରେ ୬ ଟି କାର୍‌ ସହ, ଗୋଟିଏ ବସ୍, ଅନେକ ସାର୍ଟିଫିକେଟ ଜବତ କରିଥିଲା ପୋଲିସ ।

Breaking News