ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦିି ସରକାରଙ୍କ ଉପରେ ବର୍ଷିଛନ୍ତି | କହିଛିନ୍ତି ନିରାପଦ ଜୀବନଯାପନ ପ୍ରତ୍ୟେକ ନାଗରିକଙ୍କ ଅଧିକାର। ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍। ‘ସ୍ପିକଅପ ଫର୍ ଭ୍ୟାକ୍ସିନ ଫର୍ ଅଲ’ ନାମକ ଏକ ଅଭିଯାନର ସୋଶିଆଲ ମିଡିଆରେ ଆରମ୍ଭ କରି ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ସମସ୍ତ ନାଗରିକଙ୍କୁ ଟିକାକରଣ କରିବାକୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି। ରାହୁଲ ଟୁଇଟ୍ ଯୋଗେ କହିଛନ୍ତି, ଦେଶ ପାଇଁ କରୋନା ଟିକା ଆବଶ୍ୟକ। ଏଥିପାଇଁ ଆପଣମାନେ ସ୍ବର ଉତ୍ତୋଳନ କରିବା ଉଚିତ୍। ସମସ୍ତଙ୍କର ନିରାପଦ ଜୀବନଯାପନ କରିବାର ଅଧିକାର ରହିଛି। ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର କରି ଦେଶରେ କରୋନା ସଂକ୍ରମଣ ବୃଦ୍ଧି, ଟିକା ଅଭାବ ଏବଂ ସମସ୍ତଙ୍କ ପାଇଁ ଟିକା ଚାହିଦା ବିଷୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସରେ- କରୋନାଭାଇରସ୍ ଚକ୍ର ଭାଙ୍ଗିବା ପାଇଁ ୪୫ରୁ କମ୍ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ ବୋଲି ଦିଲ୍ଲୀ ସରକାର କହିଛନ୍ତି |
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….