ରିପୋର୍ଟ କାର୍ଡ / ପିପିଲି
ପିପିଲି ଉପନିର୍ବାଚନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ଆଜି ପୋଲିସ ଡିଜି ସମୀକ୍ଷା କରୁଛନ୍ତି । ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍ପି, ଅତିରିକ୍ତ ଏସ୍ପି ପ୍ରମୁଖ ଉପସ୍ଥିତ ରହିଛନ୍ତି । ସୂଚନା ଅନୁସରେ- ଆଉ ଦିନ କେଇଟା ପରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥି ପାଇଁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି | ଏହି ନିର୍ବାଚନୀ ପ୍ରଚାରରେ ବରିଷ୍ଠ ନେତା ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ତେବେ ନିର୍ବାଚନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିବା ନେଇ ପିପିଲି ଥାନାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍ପି, ଅତିରିକ୍ତ ଏସ୍ପି ପ୍ରମୁଖ ଉପସ୍ଥିତ ରହିଛନ୍ତି ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……