ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଦେଶର ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି କଂଗ୍ରେସ | ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଛି ହତ୍ୟା ଧମକ। ବର୍ତ୍ତମାନ ରାହୁଲ ଗାନ୍ଧି ଆଣ୍ଡ କୋ ମହାରାଷ୍ଟ୍ରରେ ଭାରତ ଯୋଡ଼ ଯାତ୍ରା କରୁଛନ୍ତି।ଏହା ପରେ ପଦଯାତ୍ରା ବିଜେପି ଶାସିତ ମଧ୍ୟପ୍ରଦେଶରେ ପ୍ରବେଶ କରିବ। ସେ ଭାରତ ଯୋଡ଼ ଯାତ୍ରା ପାଇଁ ମଧ୍ୟପ୍ରଦେଶରେ ଇନ୍ଦୋରରେ ପ୍ରବେଶ କରିବା କ୍ଷଣୀ ତାଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଇନ୍ଦୋରର ଜୁନି ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଟିଏ ମିଠା ଦୋକାନ ବାହାରୁ ଏପରି ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି | ପୋଲିସ ସିସିଟିଭିକୁ ସ୍କାନ କରି ଚିଠି ପଛରେ ଥିବା ଲୋକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..