Report Card Odisha

| Daily Odia News

କୁଲି ବନିଲେ ରାହୁଲ ଗାନ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁଲି ବନିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ସେ ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ କୁ ଯାଇ ଦେହରେ ନାଲି ଶାର୍ଟ, ମୁଣ୍ଡରେ ଠେକା ଓ ବାହୁରେ କଳା ବ୍ୟାଚ୍‌ ପିନ୍ଧି କୁଲି ବନି ମୁଣ୍ଡରେ ସୁଟକେସ୍‌ ବୋହିଛନ୍ତି। ସେଠାରେ କାର୍ଯ୍ୟ କରୁଥିବା କୁଲିମାନଙ୍କ ସହ ବେଶ କିଛି ସମୟ କଥା ବାର୍ତ୍ତା ହୋଇଛନ୍ତି। ତାଙ୍କୁ ସେଠାକାର କର୍ମଚାରୀ ମଧ୍ୟ ସ୍ୱାଗତ କରିଥିଲେ। କୁଲିମାନେ କ’ଣ ସବୁ ସମସ୍ୟା ଭୋଗୁଛନ୍ତି ଓ ସେମାନେ କ’ଣ ସବୁ ଦାବି କରୁଛନ୍ତି, ସେକଥା ରାହୁଲ କିଛି ସମୟ ଧରି ବୁଝିଥିଲେ | କଂଗ୍ରେସ ପକ୍ଷରୁ ଏହାର ଫଟୋକୁ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଉଛି।

Breaking News