Report Card Odisha

| Daily Odia News

ମୋଦିଙ୍କୁ ମେସେଜ୍‌ ଦେଲେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେଲାଗିଛି। ଭିଡିଓରେ ରାହୁଲ ଗାନ୍ଧୀ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମ ସ୍ଥିତ ଡିଟେନସନ ସେଣ୍ଟର (ଅଟକ କେନ୍ଦ୍ର)ର ସିଡ଼ିରେ ବସିଥିବାର ନଜର ଆସୁଛନ୍ତି। ଏହି ସମୟରେ ତାଙ୍କ ଗୋଟିଏ ଗୋଡ଼ରେ ଜୋତା ଥିବାବେଳେ, ଅନ୍ୟ ଗୋଡ଼ଟି ଖାଲି ଦୃଶ୍ୟମାନ ହେଉଛି। ଭିଡିଓରେ ରାହୁଲ ଗାନ୍ଧୀ ଛାତ୍ରୀଛାତ୍ରଙ୍କ ସମସ୍ୟା, ଶିକ୍ଷା ବ୍ୟବସ୍ଥା ଏବଂ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ନିଜର ମତ ରଖୁଥିବା ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସଂସଦରେ ଛାତ୍ରୀଛାତ୍ରଙ୍କ ସମସ୍ୟା ଏବଂ ଦେଶର ଶିକ୍ଷା ପ୍ରଣାଳୀ ଭୁଶୁଡ଼ି ପଡ଼ିବା ନେଇ ଆଲୋଚନା କରାଇବା ପାଇଁ ଦାବି କରାଯାଇଥିଲା, କିନ୍ତୁ ସରକାର ଏଥିରେ ଆଲୋଚନା କରିବାକୁ ଅନୁମତି ଦେଇନଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଛାତ୍ରୀଛାତ୍ରଙ୍କ ସହ ଜଡିତ ଏତେ ଗମ୍ଭୀର ବିଷୟ ଉପରେ ସଂସଦରେ ଆଲୋଚନା କରାଯାଇ ନାହିଁ। ରାହୁଲ ଗାନ୍ଧୀ ଛାତ୍ରୀଛାତ୍ରମାନଙ୍କ ସମର୍ଥନରେ ତିନୋଟି ପ୍ରମୁଖ ଦାବି ମଧ୍ୟ ରଖିଛନ୍ତି। ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହିତ ଛାତ୍ରୀଛାତ୍ରଙ୍କ ଉପରେ କଥିତ ଅତ୍ୟାଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠାଇଛନ୍ତି ଏବଂ ପ୍ରତିବାଦ ସହିତ ଜଡିତ ଛାତ୍ରୀଛାତ୍ରଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ କହିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ଯୁବବର୍ଗଙ୍କ ନିକଟରେ କ୍ଷମା ମାଗିବାକୁ ଏବଂ ଶିକ୍ଷା ତଥା ପରୀକ୍ଷା ପ୍ରଣାଳୀରେ ତୁରନ୍ତ ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି।

Breaking News