Report Card Odisha

| Daily Odia News

ପଶ୍ଚିମବଙ୍ଗର ନିର୍ବାଚନ ରାଲିକୁ ବାତିଲ କଲେ ରାହୁଲ୍‌ ଗାନ୍ଧୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ବଢୁଥିବା ଦେଖି ପଶ୍ଚିମବଙ୍ଗରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି ରାହୁଲ ଗାନ୍ଧି । ରୋନାଭାଇରସ୍‌ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ବିଶାଳ ନିର୍ବାଚନ ପ୍ରଚାର ରାଲି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି | କିଛି ଘଣ୍ଟା ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଧାରିତ ତାଙ୍କର ସମସ୍ତ ସାଧାରଣ ସଭା ଆଜି ବାତିଲ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ, ପଶ୍ଚିମବଙ୍ଗରେ ଥିବା ମୋର ସମସ୍ତ ନିର୍ବାଚନ ରାଲି ବାତିଲ କରୁଛି। ସାମ୍ପ୍ରତିକ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି ଆୟୋଜନ କରିବାର ପରିଣାମ ବିଷୟରେ ଗଭୀର ଚିନ୍ତନ ପାଇଁ ସମସ୍ତ ରାଜନେତାମାନଙ୍କୁ ମୋର ପରାମର୍ଶ। ଏହା ପୂର୍ବରୁ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଥିଲେ। ଶନିବାର ଦିନ ତାଙ୍କ ରାଜନୈତିକ ରାଲିରେ ବହୁସଂଖ୍ୟାରେ ଯୋଗ ଦେଇଥିବା ଜନତାଙ୍କୁ ପ୍ରଧାନମନ୍ତ୍ରୀ ଖୁବ୍‌ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ୮ଟି ପର୍ଯ୍ୟାୟରେ ବିଭକ୍ତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରୁ ଆଉ ତିନୋଟି ପର୍ଯ୍ୟାୟ ବାକି ରହିଛି। ୬ଷ୍ଠ, ୭ମ ଓ ୮ମ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଏପ୍ରିଲ୍‌ ୨୨, ୨୬ ଓ ୨୯ରେ କରାଯିବ। ମେ ମାସରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

 

Breaking News