ରିପୋର୍ଟ କାର୍ଡ / ଭୁବନେଶ୍ବର
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ, ଦକ୍ଷିଣ ଉପକୂଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବୁଧବାର କିଛି ଅଞ୍ଚଳରେ ପବନ ବହିବା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଦକ୍ଷିଣ ଓଡ଼ିଶାର କୋରାପୁଟରେ ହାଲୁକା ବର୍ଷା ହୋଇଥିବା ବେଳେ ଫୁଲବାଣୀ, ଭବାନୀପାଟଣା ଏବଂ ରାଉରକେଲାରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ପାଗ ମେଘୁଆ ରହିବା ହେତୁ ରାତି ତାପମାତ୍ରା ପ୍ରାୟ ଅଞ୍ଚଳରେ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଛି।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..