ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଲ୍ରେ ଏକ୍ସଲେଟର ଚଢ଼ୁ ଚଢ଼ୁ ଜଣେ ବ୍ୟକ୍ତି ନିଜ ବର୍ଷର ପୁଅକୁ ସମ୍ଭାଳୁ ସମ୍ଭାଳୁ ହାତରୁ ଛୁଆ ଛିଟିକି ଗଲା। ପିଲାଟି ବାପା କୋଳରୁ ଖସି ୪୦ ଫୁଟ ତଳେ କଚାଡ଼ି ହୋଇ ପଡ଼ିଲା। ଗୁରୁତର ଅବସ୍ଥାରେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଛତିଶଗଡ଼ର ରାୟପୁରରେ ଘଟିଛି। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି ଏକ ଘଟଣା ମଙ୍ଗଳବାର ରାତିରେ ଛତିଶଗଡ଼ର ରାୟପୁରରେ ଥିବା ସିଟି ସେଣ୍ଟର ମଲ୍ରେ ଘଟିଛି। ଘଟଣା ଦିନ ରାଜନ କୁମାର ନାମକ ବ୍ୟକ୍ତି ନିଜ ୬ ବର୍ଷର ପୁଅ ଓ ବର୍ଷକର ପୁଅକୁ ଧରି ମଲ୍କୁ ଯାଇଥିଲେ। ତୃତୀୟ ମହଲାରୁ କିଣାକିଣା କରି ସେମାନେ ଏକ୍ସଲେଟର ସାହାଯ୍ୟରେ ଚତୁର୍ଥ ମହଲାକୁ ଯାଉଥିଲେ। ରାଜନଙ୍କ କୋଳରେ ବର୍ଷକର ଛୁଆ ଥିବା ବେଳେ ବଡ଼ ପୁଅ ହାତକୁ ସେ ଧରିଥିଲେ। ମାତ୍ର ଏକ୍ସଲେଟର ଚଢ଼ିବା ନିମନ୍ତେ ବଡ଼ ପୁଅକୁ ସାହାଯ୍ୟ କରୁ କରୁ ତାଙ୍କ ହାତରୁ ସାନ ପୁଅ ଖସି ଯାଇଥିଲ। ଆଖି ପିଛୁଳାକେ ପିଲାଟି ୪୦ ଫୁଟ ତଳେ କଚାଡ଼ି ହୋଇ ପଡ଼ିଥିଲା। ଏହାଦେଖି ସେଠାରେ ଉପସ୍ଥିତି ସମସ୍ତେ ହତଚକିତ ହୋଇ ଯାଇଥିଲେ। ତୁରନ୍ତ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇବା ପରେ ପିଲାଟିର ମା’ ବେହୋସ ହୋଇ ଯାଉଥିବା ଜଣାଯାଇଛି। ଖବର ପାଇ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶାରେ ଲାଗୁହେବ ପେସା ଆଇନ……
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……