ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ରାସ୍ତାରେ ହାତ କାଟିଲେ ଯୁବତୀ । ବିଳମ୍ବିତ ରାତ୍ରୀରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜୟଦେବ ବିହାର – ନନ୍ଦନକାନନ ରାସ୍ତା ର ଟ୍ରାଇଡେଣ୍ଡ ହୋଟେଲ ସାମ୍ନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣକ ରାସ୍ତାରେ ପଡ଼ି ଯାଇଥିବା ଦେଖି ସେଠାକାର ଲୋକେ ପୋଲିସକୁ ଫୋନ କରିଥିଲେ। ପୋଲିସ ପହଞ୍ଚିବା ପରେ ଯୁବତୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଯୁବତୀ ଜଣଙ୍କ କାହିଁକି ହାତ କାଟିଛନ୍ତି ପ୍ରତିକ୍ରିୟା ମିଳିପାରିନାହିଁ ବର୍ତମାନ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସା ଚାଲିଛି । ଖବର ଅନୁଯାୟୀ, ଯୁବତୀଙ୍କ ଘର ବାଙ୍କୀ ଅଞ୍ଚଳରେ । ଶୁକ୍ରବାର ରାତି ସାଢ଼େ ୧୦ଟା ହେବ । ହୋଟେଲ୍ ଟ୍ରାଇଡେଣ୍ଟ୍ ସାମ୍ନା ରାସ୍ତା ଆରପଟେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିଲେ । ଉ ଜଣେ ଯୁବତୀ ବଡ଼ ପାଟିରେ କାନ୍ଦୁଥିଲେ । ଅନ୍ୟ ଜଣକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ହଠାତ୍ କ’ଣ ହେଲା କାନ୍ଦୁଥିବା ଯୁବତୀ ଜଣକ ନିଜ ବାମ ହାତ ପାପୁଲିକୁ ବ୍ଲେଡ୍ରେ କାଟି ଦେଲେ । ତାଙ୍କ ହାତରୁ ରକ୍ତ ବୋହିବାକୁ ଲାଗିଲା । ଏହା ଦେଖି ଅନ୍ୟ ଯୁବତୀ ଜଣଙ୍କ ଡରିଯାଇ ରାସ୍ତାରେ ଯାଉଥିବା ବାଇକ ଅଟକାଇ ସାହାଯ୍ୟ ପାଇଁ ଗୁହାରି କଲେ । କିଛି ଆରୋହୀ ଅଟକି ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିଥିଲେ । କିନ୍ତୁ ଯୁବତୀ ଜଣକ ହସ୍ପିଟାଲ ଯିବାକୁ ଆଦୌ ରାଜି ହୋଇନଥିଲେ । ମୁଁ ହସ୍ପିଟାଲ ଯିବନି କହି ଜୋର୍ରେ କାନ୍ଦିବାକୁ ଲାଗିଲେ । ଜଣେ ବାଇକ୍ ଆରୋହୀ ଏହା ଦେଖି ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍କୁ ଖବର ଦେଲେ । କିଛି ସମୟ ପରେ ଏକ ପିସିଆର ଭ୍ୟାନ୍ ସେଠାକୁ ଯାଇଥିଲା । ପିସିଆର କର୍ମଚାରୀମାନେ ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିବାରୁ ସେ ରାଜି ହେଲେନି । ଶେଷରେ ମହିଳା ପୁଲିସ କର୍ମଚାରୀ ଆସିବା ପରେ ଯୁବତୀଙ୍କୁ ଜବରଦସ୍ତି ପିସିଆର୍ ଭ୍ୟାନ୍ରେ ବସାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବତୀଙ୍କୁ ଘରେ ଛାଡ଼ିଦିଆଯାଇଛି । ପୋଲିସ ଅନୁଯାୟୀ, ଯୁବତୀ ଜଣକ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ସେ ମେ ଫେୟାର ହୋଟେଲ ନିକଟରେ ଭଡା ଘରେ ରହୁଛନ୍ତି । ପଟିଆ ଅଞ୍ଚଳର ଜଣେ ଯୁବକଙ୍କୁ ସେ ପ୍ରେମ କରୁଥିଲେ । ଏହି ପ୍ରେମ ଜନିତ କାରଣରୁ ଯୁବତୀ ଜଣଙ୍କ ହାତ କାଟିଥିବା ଜଣାପଡିଛି । ପୁଲିସ ସମ୍ପୃକ୍ତ ପ୍ରେମିକଙ୍କୁ ଡାକି ପଚରାଉଚରା କରିବ ବୋଲି ସୂଚନା ମିଳିଛି ।
Discussion about this post