ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିସନରେଟ ପୋଲିସକୁ ମିଳିଛି ଏକ ବଡ ସଫଳତା | ରାଜଧାନୀରୁ ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ସହିଦନଗର ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ କେସୁରା ଅଞ୍ଚଳରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛି । ବ୍ରାଉନସୁଗର ଜବତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ଜଣେ ମହିଳା । ଜବତ ହୋଇଛି ଗୋଟିଏ କାର୍ ଓ ଦୁଇଟି ବାଇକ୍ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀର ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କର ଜଳେଶ୍ୱର ଲିଙ୍କ୍ ଥିବା ନେଇ ଜଣାପଡ଼ିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..