ରିପୋର୍ଟ କାର୍ଡ / କୋଲକାତା
ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କଲେ ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ । ଶନିବାର ସାମାଜିକ ଗଣମାଧ୍ୟମ ଜରିଆରେ ଅବସର ଘୋଷଣା କରିଛନ୍ତି। ମୋଦୀ ୨.୦ରେ ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବାବୁଲ ବିଗତ କିଛି ଦିନି ଧରି ବ୍ୟଙ୍ଗାତ୍ମକ ପୋଷ୍ଟ କରୁଥିଲେ । ଏକ ଫେସବୁକ ପୋଷ୍ଟରେ ବାବୁଲ ରାଜନୈତିକ ସନ୍ନ୍ୟାସ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ପୋଷ୍ଟରେ ବାବୁଲ ଲେଖିଛନ୍ତି ‘ଅଲବିଦା, ମୁଁ ଅନ୍ୟ କୌଣସି ଦଳକୁ ଯାଉନାହିଁ । ଟିଏମସି, କଂଗ୍ରେସ, ସିପିଏମ କୌଣସି ଦଳକୁ ନୁହେଁ । ଏହି ପୋଷ୍ଟ ଦ୍ୱାରା ମୁଁ ସ୍ପଷ୍ଟ କରିବାକୁ ଚାହେଁ କି ମୁଁ କେବଳ ଗୋଟିଏ ଦଳକୁ ସମର୍ଥନ କରେ ତାହା ହେଉଛି ମୋହନବାଗାନ । ଏହା ସହିତ ମୁଁ କେବଳ ଗୋଟିଏ ରାଜନୈତିକ ଦଳ ସହିତ ରହିଛି, ଆଉ ତାହା ହେଉଛି ପଶ୍ଚିମବଙ୍ଗ ବିଜେପି । ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ଦୀର୍ଘଦିନ ଧରି ମୋ ଦାୟିତ୍ୱରେ ରହିଲି । କିଛି ଲୋକ ମୋ କାମରେ ସନ୍ତୁଷ୍ଟ, କେହି କେହି ଅସନ୍ତୁଷ୍ଟ ତେବେ ଦୀର୍ଘ ଦିନ ଧରି ମୁ ଏହି ଦାୟିତ୍ୱକୁ ସଠିକ୍ ଭାବରେ ନିର୍ବହନ କରିବାକୁ ଚେଷ୍ଟା କରିଛି । ମୋଦୀ ୨.୦ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ଇସ୍ତଫା ଦେଇଥିବା ୧୨ ମନ୍ତ୍ରୀଙ୍କ ମଧ୍ୟରେ ବାବୁଲ ସୁପ୍ରିୟୋଙ୍କ ନାମ ମଧ୍ୟ ରହିଥିଲା ।
Discussion about this post