ରିପୋର୍ଟ କାର୍ଡ / ଜୟପୁର
ରାଜସ୍ଥାନର ଦେଓଲି ଉନିଆରା ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଘଟିଥିବା ହିଂସାକାଣ୍ଡ | ଏହି ଘଟଣାକୁ ନେଇ ପୋଲିସ ୬୦ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିର୍ବାଚନ ଲଢୁଥିବା ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ଅନ୍ତର୍ଭୁକ୍ତ। ହିଂସାକାଣ୍ଡ ବେଳେ ନରେଶ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସଡିଏମ୍) ଅମିତ ଚୌଧୁରୀଙ୍କୁ ମାଡ ମାରିଥିଲେ। ବୁଧବାର ଉପନିର୍ବାଚନ ଲାଗି ମତଦାନ ଚାଲିଥିବାବେଳେ ନରେଶ ଏକ ବୁଥ ମଧ୍ୟକୁ ବଳପୂର୍ବକ ପ୍ରବେଶ ଉଦ୍ୟମ କରିଥିଲେ। ନରେଶଙ୍କୁ ଉପସ୍ଥିତ ପୁଲିସ ଓ ନିର୍ବାଚନ ଅଧିକାରୀମାନେ ରୋକିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଏସ୍ଡିଏମ୍ଙ୍କୁ ନରେଶ ଚାପୁଡା ମାରିବା ସହିତ ଠେଲାପେଲା କରିଥିଲେ। ପରବର୍ତ୍ତୀ ସମୟରେ ନରେଶଙ୍କ ସମର୍ଥକମାନେ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ଏଥିରେ ୩୦ଟି ଗାଡି ଭଙ୍ଗାରୁଜା ହୋଇଥିଲା । ଏପରିକି ପୋଲିସ ଗାଡିକୁ ପୋଡାଜଳା କରିଥିଲେ। ଏହି ଘଟଣା ଉପରେ ଗୁରୁବାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନରେଶ ଓ ତାଙ୍କର ୬୦ ସମର୍ଥକଙ୍କୁ ଗିରଫ କରିଥିବା ଆଜମେର ରେଞ୍ଜ ଆଇଜିପି ଓମ୍ ପ୍ରକାଶ କହିଛନ୍ତି। ନରେଶ କଂଗ୍ରେସରୁ ଟିକଟ ନ ପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..