Report Card Odisha

| Daily Odia News

ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ସହ ସରକାରୀ ଚାକିରି ପାଇଁ ଦୁଇ ଶିଶୁ ନୀତି ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜସ୍ଥାନ ସୁପ୍ରିମକୋର୍ଟରୁ ମଞ୍ଜୁରୀ ମିଳିଛି। ପ୍ରାୟ ୨୧ ବର୍ଷ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଲାଗି ସୁପ୍ରିମକୋର୍ଟ ଏହି ନୀତିକୁ ବାଧ୍ୟତାମୂଳକ କରିଥିଲେ। ପୂର୍ବତନ ସୈନିକ ରାମଲାଲ ଜାଟଙ୍କ ଦ୍ବାରା ଦିଆଯାଇଥିବା ଆବେଦନକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ , ଦୀପଙ୍କର ଦତ୍ତ ଏବଂ କେ.ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ୨୦୧୭ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। ଏବଂ ୨୦୧୮ ମେ ୨୫ରେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ପଦ ପାଇଁ ଆବେଦନ କରିଥିଲେ। ରାଜସ୍ଥାନ ପୁଲିସ୍ ସର୍ଭିସ୍ ନିୟମ ୧୯୮୯ ଅନୁଯାୟୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିଲା। ରାଜସ୍ଥାନ ବିଭିନ୍ନ ସେବା (ସଂଶୋଧନ) ନିୟମ ୨୦୦୧ ଅନୁଯାୟୀ ଏକ ନିୟମ ରହିଛି ଯେ ଯଦି ଜଣେ ପ୍ରାର୍ଥୀଙ୍କର ଦୁଇରୁ ଅଧିକ ସନ୍ତାନ ଥାଆନ୍ତି , ତେବେ ତାଙ୍କୁ ସରକାରୀ ଚାକିରି ମିଳିବନାହିଁ। ୨୦୦୩ ରେ ଜାବେଦ ଏବଂ ଅନ୍ୟାନ୍ୟ ରାଜ୍ୟ, ହରିୟାଣା ମାମଲାରେ ସୁପ୍ରିମକୋର୍ଟ ଏହାକୁ ସମର୍ଥନ କରିଛନ୍ତି। ତେବେ ପରିବାର ଯୋଜନାକୁ ପ୍ରୋତ୍ସାହିତ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ଥିଲା।

Breaking News