ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର ହେଲେ | ସେ ୧୫ ମେ ରେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳ ୧୪ ତାରିଖରେ ଶେଷ ହେବ । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜୀବ କୁମାର ୧୫ ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବେ । ରାଜୀବ କୁମାର ସୁଶୀଲ ଚନ୍ଦ୍ରାଙ୍କ ସ୍ଥାନ ନେବେ । ମେ ୧୪ ରେ ସୁଶୀଲ ଚନ୍ଦ୍ରା ଅବସର ନେବେ ଏବଂ ମେ ୧୫ ରେ ରାଜୀବ କୁମାର ଦାୟିତ୍ୱ ନେବେ । ଏହା ସହ କେନ୍ଦ୍ରମନ୍ତ୍ରୀ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..