Report Card Odisha

| Daily Odia News

ଗଣଦୁଷ୍କର୍ମ-ହତ୍ୟା ମାମଲାରେ ୪ ଙ୍କୁ ଫାଶୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗଣଦୁଷ୍କର୍ମ ଏବଂ ଜଣଙ୍କୁ ହତ୍ୟା ମାମଲାରେ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ବିହାରର ସୁପୌଲରେ ଜଣେ ନାବାଳିକା, ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କୁ ହତ୍ୟା ଘଟଣାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏଡିଜେ-୬ ଙ୍କ ସହ ସ୍ୱତନ୍ତ୍ର ନ୍ୟାୟାଧିଶ ତଥା ପୋକ୍ସୋ ପାଠକ ଆଲୋକ କୌସିକ୍‌ଙ୍କ କୋର୍ଟ ଏହି ଘଟଣାକୁ ବିରଳରୁ ବିରଳତମ ଘଟଣା ବୋଲି କହିଛନ୍ତି । କୋର୍ଟ ଧାରା ୩୦୨ରେ ଅଭିଯୁକ୍ତ ଅନମୋଲ ଯାଦବକୁ ମୃତ୍ୟୁଦଣ୍ଡ ସହିତ ୨୦ ହାଜର ଜୋରିମାନା ସଜା ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ନେଇ କୋର୍ଟ କହିଛନ୍ତି । ସେହିପରି ଧାରା ୩୦୨/ ୩୪ ଅନୁସାରେ ୪ ଅଭିଯୁକ୍ତ ଅନମୋଲ୍‌ ଯାଦବ, ଅଲିଶୋର, ଅୟୁବ ଏବଂ ଜମାଲ୍‌କୁ ମୃତ୍ୟୁଦଣ୍ଡ ସହିତ ୨୦-୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଲଗାଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକ୍ସୋ ଧାରା ଅନୁଯୟୀ ଅଭିଯୁକ୍ତ ଅଲିସର, ଅୟୁବ ଏବଂ ଅନମୋଲକୁ ଫାଶୀ ସଜା ମଧ୍ୟ ଦିଆଯାଇଛି । ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦-୫୦ ହଜାର ଲେଖାଏଁ ଜୋରାମାନା ମଧ୍ୟ କରାଯାଇଛି । ଏଥିସହିତ ବିଭିନ୍ନ ଦଣ୍ଡିତ କରିଛନ୍ତି କୋର୍ଟ । ସୂଚନା ଅନୁସାରେ, ୨୦୧୯ ମସିହା ଅକ୍ଟୋବର ୮ ତାରିଖରେ ଦୁଇ ମହିଳା ଏବଂ ଜଣେ ନାବାଳିକା ପରିବାର ସହ ବିଜୟାଦଶମୀ ମେଳା ଦେଖି ଘରକୁ ଫେରୁଥିଲେ । ପ୍ରତାପଗଞ୍ଜ ଥାନା ଅଧିନ ଭୌଗାଁଧାର ନିକଟରେ କିଛି ଯୁବକ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ପୁରୁଷ ସଦସ୍ୟଙ୍କ ହାତଗୋଡ଼ ବାନ୍ଧିବା ପରେ ସେମାନଙ୍କୁ ଲୁଟିଥିଲେ । ଏଥିସହିତ ଜଣେ ମହିଳାଙ୍କୁ ୪ ଦୋଷୀ ଦୁଷ୍କର୍ମ କରିବା ପରେ ୩ ଦୋଷୀ ନାବାଳିକାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କିରବା ସମୟରେ ଜଣେ ମହିଳା ସେଠାରୁ ପଳାଇବାକୁ ଚେଷ୍ଟା କରିଥିବା ବେଳେ ଦୋଷୀମାନେ ତାଙ୍କୁ ଗୁଳି କରିଥିଲେ । ଗୁଳି କରିବା ପରେ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେମାନେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ୬ ଜଣଙ୍କ ନାମ ସାମ୍ନାକୁ ଆସିଥିଲା ।

Breaking News