ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦିନର ଚେଷ୍ଟା ପରେ ଶେଷରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଚେତା ଫେରିଛି | ରାଜୁ ଗତ ୧୫ ଦିନ ପାଇଁ AIIMS ରେ ଭର୍ତ୍ତି ହୋଇଥିଲେ । ଡାକ୍ତରୀ ଦଳ ତାଙ୍କ ପ୍ରତି ମୁହୂର୍ତ୍ତ ଉପରେ ନଜର ରଖିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ PRO ଏବଂ ପରାମର୍ଶଦାତା ଅଜିତ ସକ୍ସେନା ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି- ‘ରାଜୁ ଶ୍ରୀବାସ୍ତବ ଆଜି ସକାଳ ୮.୧୦ ରେ ଚେତା ଫେରି ପାଇଛନ୍ତି।’ ରାଜୁଙ୍କ ସୁସ୍ଥତା ପଛରେ ପ୍ରତ୍ୟେକ୍ଷ ଭାବେ ବିଗ୍ ବି ଅମିତାଭ ବଚ୍ଚନଙ୍କ ହାତ ରହିଛି। ଅଚେତ ଅବସ୍ଥାରେ ଥିବା ରୋଗୀଙ୍କୁ ସେମାନଙ୍କ ପସନ୍ଦର ଲୋକଙ୍କ କଥା କିମ୍ବା ସେମାନଙ୍କ କଣ୍ଠଶ୍ବର ଶୁଣାଇଲେ ସେମାନେ ଶୀଘ୍ର ସୁସ୍ଥ ହୋଇଥାନ୍ତି ବୋଲି ଡାକ୍ତରମାନେ ଏହି ପଦ୍ଧତି ରାଜୁଙ୍କ ଉପରେ ବି ଆପଣେଇଛନ୍ତି। ବିଗ୍ ବି ଅମିତାଭ ବଚ୍ଚନ ରାଜୁଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରିବା ସହ ରାହୁଙ୍କୁ ଏକ ଭଏସ ମେସେଜ୍ ପଠାଇଥିଲେ। ସେଥିରେ ଶୁଣାଯାଇଥିଲା, ‘ବାସ୍ ବହୁତ୍ ହେଲା। ଉଠିଯାଅ ରାଜୁ। ଆମ ସମସ୍ତଙ୍କୁ ହସାଅ।’ ତେବେ ବିଗ୍ ବିଙ୍କର ସେହି କଣ୍ଠସ୍ବର ଏବେ ବି ରାଜୁଙ୍କ ସମ୍ମୁଖରେ ବଜା ଯାଉଛି। ଡାକ୍ତରମାନେ ଅନୁମାନ କରୁଛନ୍ତି ଯେ ବିଗ୍ ବିଙ୍କ କଣ୍ଠସ୍ବର ଶୁଣି ରାଜୁଙ୍କ ଅବସ୍ଥାରେ ସୁଧାର ଆସୁଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..